ମାନିଲେନି କଟକଣା: ବଳଦେବ ଜୀଉ ମନ୍ଦିର ଉପରେ ଚଢ଼ିଗଲେ

କେନ୍ଦୁଝର,୯।୮(ସ୍ବ.ପ୍ର.): ମନ୍ଦିର ପ୍ରବେଶ ଲାଗି ରହିଛି କଟକଣା। ଏହାସତ୍ତ୍ୱେ କେନ୍ଦୁଝର ପୁରୁଣା ସହର ସ୍ଥିତ ବଳଦେବ ଜୀଉ ମନ୍ଦିର ଉପରକୁ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଚଢ଼ି ଯାଇଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ ଏହା ଦେଖି ତାଙ୍କୁ ତଳକୁ ଓହ୍ଲାଇଥିଲେ। କଟକଣା ଥାଇ ଜଣେ ବ୍ୟକ୍ତି ମନ୍ଦିର ଉପରେ ଚଢ଼ିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବରପାଇ ଉପ ଜିଲାପାଳ ରାମଚନ୍ଦ୍ର କିସ୍କୁ ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ସନ୍ଧ୍ୟା ଭୋଗ ବଣ୍ଟନ ସମୟରେ ବ୍ୟକ୍ତି ଜଣକ ପଶି ଯାଇଥିବା ସନ୍ଦେହ କରାଯାଉଛି।

Share