କୁକୁଡ଼ାଖଣ୍ଡି,୨୫ା୭: ଗଞ୍ଜାମ ଜିଲା ନିମଖଣ୍ଡି ଫାଣ୍ଡି ଅଧୀନ ନିମଖଣ୍ଡି ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତ କାଟି ଦେଇଛନ୍ତି। ଯୁବକ ଜଣକ ଶନିବାର ରାତିରେ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିରୁ ନିବୃତ୍ତ ରହିବା ପାଇଁ ତାଙ୍କ ବଡ଼ଭାଇ ତାଗିଦ୍ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ରରେ ହାତ କାଟି ଦେଇଥିଲେ। ଏନେଇ ବଡ଼ଭାଇ ପୋଲିସକୁ ଖବର ଦେଇଥିଲେ। ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ପହଞ୍ଚି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ।