ହିନ୍ଦୋଳ,୧୯।୫(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ୪ନଂ ୱାର୍ଡ ନୂଆପାଣିସାହି ଗ୍ରାମର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହେଲେ ଜିତେନ୍ଦ୍ର ପଟ୍ଟନାୟକ (୩୫)। ସେ ଗତ ଏକ ସପ୍ତାହ ଧରି କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସାଧୀନ ଥିଲେ। ବୁଧବାର ତାଙ୍କର ପରଲୋକ ଘଟିଛି। ତେବେ ମେଡିକାଲ ପକ୍ଷରୁ ମୃତଦେହ ହସ୍ତାନ୍ତର କରା ନ ଯାଇ ପ୍ରଶାସନ ଦ୍ୱାରା ସତ୍କାର କରାଯାଇଛି।