ପାଟଣା,୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଣେ ଯୁବକ ରବିବାର ବିଳମ୍ବିତ ରାତ୍ରିରେ କଟକ ନୂଆ ବଜାରରେ ଭଡ଼ାଘରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ତାଙ୍କର ପ୍ରାଣ ହାନି ଘଟିଛି। ମୃତକ ଜଣକ ହେଉଛନ୍ତି ବାଇଦବଜା ଗ୍ରାମର ଜଗେଶ୍ୱର ମୁଣ୍ଡା(୨୫)।
ଜଗେଶ୍ୱର କଟକସ୍ଥିତ ନୂଆବଜାରରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ରବିବାର ରାତିରେ କାମ ସାରି ଭଡ଼ାଘରେ ଏକ ବଲ୍ବ ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ପରିବାର ଲୋକେ ମୃତଦେହ ଆଣିବା ପାଇଁ କଟକ ଯାଇଛନ୍ତ।