କାର୍‌ ସହ କେନାଲରେ ବୁଡ଼ିଗଲେ ଯୁବକ

ଫୁଲନଖରା,୨୫।୯(ସତ୍ୟରଞ୍ଜନ ଦାସମହାପାତ୍ର):କଟକ ଜିଲା ସଦର ଥାନା ଅନ୍ତର୍ଗତ ନୂଆ କାଚରାମାଳଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା। ଏଥିରେ ଚାଳକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଶ ଜେନାଙ୍କ ମୃତ୍ୟୁ ଘଟିଛି। କଟକ ସଦର ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ କାର୍‌ ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଅନିମେଶ କାର୍‌(ନଂ. ଓଡି୦୨ଏଚ୍‌-୦୨୧୪)ରେ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ୍‌ କରିଥିଲେ। ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନ ଥିଲେ। ମଙ୍ଗଳବାର ସକାଳେ କେତେଜଣ ଲୋକ ପ୍ରାତଃ ଭ୍ରମଣ କରିବାବେଳେ କେନାଲରେ ଏକ କାର୍‌ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କାର୍‌ ଭିତରୁ ଅନିମେଶଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି, କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଅନିମେଶଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର...

ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ...

ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି।...

ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri