ନଦୀରେ ଭାସିଗଲେ ଯୁବକ

ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍‌.ଏ.):ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମ ନଦୀରେ ଭାସି ଯାଇ ରବିବାର ଜଣେ ଯୁବକ ନିଖୋଜ ହୋଇଛନ୍ତି। ସେ ହେଲେ ଜି ରାମୁ (୩୬)। ରାମୁ ସନ୍ଧ୍ୟାରେ ନଦୀ ପାର ହେଉଥିବା ବେଳେ ହଠାତ୍‌ ପାଣିରେ ଭାସିଯାଇଥିଲେ। ଗ୍ରାମବାସୀ ନଦୀରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା, କିନ୍ତୁ ସନ୍ଧ୍ୟା ହୋଇଯିବାରୁ ସୋମବାର ସକାଳେ ଖୋଜିବା ପାଇଁ ସୂଚନା ମିଳିଛି। ଏ ନେଇ ଗୁରାଣ୍ଡି ଥାନାରେ ନଂ. ୧୫/୨୧ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ମମତା ପଣ୍ଡା କହିଛନ୍ତି।