ସ୍କୁଟିରେ ଯାଉଥିବା ବେଳେ ରାସ୍ତାରେ ଟଳିପଡ଼ିଲେ ଯୁବକ

ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗାଁର ଜଣେ ୩୨ ବର୍ଷୀୟ ବିବାହିତ ଯୁବକଙ୍କ ରବିବାର ସନ୍ଦେହ ଜଣକ ଭାବେ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଈଶ୍ୱର ଚନ୍ଦ୍ର ନାଏକ।

ସୂଚନାନୁଯାୟୀ, ଈଶ୍ୱର ରବିବାର ସକାଳେ ଶୌଚ ହେବାକୁ ବିଲକୁ ସ୍କୁଟିରେରେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଘରେ ପହଞ୍ଚାଇଥିଲେ। ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share