ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି ସମୟରେ ତାଙ୍କର ବିୟର କଥା ଏତେ ମନେ ପଡ଼ିଲା ଯେ, ଶେଷରେ ସେ ଆଇସୋଲେଶନ୍‌ ଓ୍ବାର୍ଡ ଛାଡ଼ି ସିଧା ଯାଇ ବାର୍‌ରେ।
କ୍ରେବି ଜ୍ୟାକ୍‌ ନାମକ ଜଣେ ଯୁବକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଦୁଇ ସପ୍ତାହ ଆଇସୋଲେଶନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେ ନିଶା ପାଇଁ ଏତେ ପାଗଳ ଥିଲେ ଯେ, ଆଇସୋଲେଶନ ଓ୍ବାର୍ଡ ଛାଡ଼ି ଲୁଚି କି ବାର୍‌କୁ ପଳାଇଲେ। ସେଣ୍ଟର ବାହାରେ ଜଗିଥିବା ପୋଲିସ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଏକ ବାର୍‌ରୁ ଧରିଥିଲେ। ପରେ ତାଙ୍କ ଉପରେ ୪ ଲକ୍ଷ ୧୭ ହଜାର ଜରିମାନା କରିଛି ପୋଲିସ। ଏକଥା ନିଜେ ମଧ୍ୟ ସ୍ବୀକାର କରିଛନ୍ତି କ୍ରେବି। ପୋଲିସ ପଚାରିବାରୁ ସେ ୧ ଘଣ୍ଟା ଧରି ବାହାରକୁ ଯାଇଥିଲେ। ତାଙ୍କୁ ଏକୁଟିଆ ଲାଗୁଥିବାରୁ ସେ ବାର୍‌ ଚାଲିଯାଇଥିଲେ। ତେବେ ଅକ୍ଟୋବର ଶେଷ ସୁଦ୍ଧା ସେ ଏହି ଜରିମାନା ଭରଣ କରିବେ।
ଏହି ଘଟଣା ପରେ ପ୍ରତିରକ୍ଷା ଓକିଲ ଫଏବ୍‌ କବ୍‌ କହିଛନ୍ତି, କ୍ରେବିଙ୍କ ଯୋଗୁ ତାଙ୍କ ବାର୍‌ର ଅନ୍ୟ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି।

Share