Advertisement

ଝିଅଟିକୁ ଉଦ୍ଧାର କରିବାକୁ ଯାଇ କାଠଯୋଡ଼ିରେ ଯୁବକ ନିଖୋଜ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ବୁଧବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ (୨୦)। ସେ ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ବେଳେ ଭାଟିରେ କାର୍ଯ୍ୟରତ କେତେକ ମହିଳା, ପୁରୁଷ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଥିରୁ ଜଣେ ଝିଅ ନଦୀରେ ବୁଡ଼ିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ରୋହିତ ଓ ତାଙ୍କର ଜଣେ ସାଙ୍ଗ ନଦୀକୁ ଡେଇଁଥିଲେ। ରୋହିତଙ୍କ ସାଙ୍ଗ ଝିଅଟିକୁ ଉଦ୍ଧାର କରିଥିଲେ ମାତ୍ର ସେ ନିଖୋଜ ହୋଇଯାଇଛନ୍ତି। ଖବରପାଇ ବାରଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share