ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକଙ୍କୁ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ୨ ଚେୟାର ଉପରେ ଏକ ବକ୍ସ ରଖାଯାଇଛି। ବକ୍ସରେ ପାଣି ରହିଛି। ଯୁବକ ଜଣକ ଷ୍ଟଣ୍ଟ୍ ଦେଖାଇ ସେହି ପାଣିରେ ମୁଣ୍ଡ ବୁଡାଉଛନ୍ତି। ପରେ ପାତ୍ରଟି ପୂର୍ବ ପରି ରହୁଛି। ଏହି ଭିଡିଓକୁ ଆଇପିଏସ୍ ଦିପାଂଶୁ କାବ୍ରା ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ସବୁକିଛି ଅସମ୍ଭବ ମନେହୁଏ, ସୋମବାର ମୋଟିଭେଶନ, ଏହାକୁ କେବେବି ଚେଷ୍ଟା କରନ୍ତୁ ନାହିଁ (ବିଶେଷକରି ସୁରକ୍ଷା ଗିଅର୍ ବିନା)’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।