୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ ଥିବା ଜଣାପଡ଼ିଛି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ମେକ୍ସିକୋ ଗଲ୍ଫରେ ଥିବା ଏକ କ୍ରୁଜ ଜାହାଜରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୨୦ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା।

ସୂଚନାନୁଯାୟୀ, ୨୮ ବର୍ଷୀୟ ଯୁବକ ବୁଧବାରଠାରୁ ନିଖୋଜ ଥିଲେ। ଯାହାର ସୂଚନା ଗୁରୁବାର ଅପରାହ୍ନରେ ମିଳିଥିଲା। କାର୍ନିଭାଲ କ୍ରୁଜ ଲାଇନ ଅନୁଯାୟୀ, ବୁଧବାର ରାତି ୧୧ଟାରେ ସେ ନିଖୋଜ ଥିବାବେଳେ କାର୍ନିଭାଲ ଭାଲୋରର ଏକ ବାର୍‌ରେ ତାଙ୍କ ଭଉଣୀ ସହିତ ପାର୍ଟି କରୁଥିଲେ। ପରଦିନ ସେହି ବ୍ୟକ୍ତି ଜଣକ ତାଙ୍କ କୋଠରିରେ ନ ଥିବା ବେଳେ ତାଙ୍କ ଭଉଣୀ ତାଙ୍କୁ ନିଖୋଜ ଥିବା ଜଣାଇଥିଲେ।

ସୂଚନା ପାଇବା ପରେ କୋଷ୍ଟଗାର୍ଡ ଗୁରୁବାର ଅପରାହ୍ନରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ନିକଟସ୍ଥ ଜାହାଜଗୁଡ଼ିକୁ ସତର୍କ ରହିବାକୁ କହିଥିଲେ। କୋଷ୍ଟଗାର୍ଡ ଲେଫ୍ଟ ସେଥ୍‌ ଗ୍ରୋସ କହିଛନ୍ତି, ପରେ ଏକ ମାଲବାହୀ ଜାହାଜ ଲୁଧିଆନା ଏବଂ ମିସିସିପି ନଦୀ ମୁହାଣରୁ ପ୍ରାୟ ୨୦ କିଲୋମିଟର ଦୂରରେ ପାଣିରେ ଜଣେ ବ୍ୟକ୍ତିଙ୍କୁ ଦେଖିଥଲା। ଗ୍ରସ କହିଛନ୍ତି, ଗୁରୁବାର ହେଲିକପ୍ଟର ଯୋଗେ ଉଦ୍ଧାର ହେବା ପରେ ସେ ନିଖୋଜ କ୍ରୁଜ ଜାହାଜର ଯାତ୍ରୀ ବୋଲି ସ୍ପଷ୍ଟ ହୋଇଛି।

ଗ୍ରସ କହିଛନ୍ତି, ସେ ଏତେ ଦିନ ପର୍ଯ୍ୟନ୍ତ ପାଣିରେ ଥିବାରୁ ସାମାନ୍ୟ ହାଇପୋଥର୍ମିଆ, ଶକ, ଡିହାଇଡ୍ରେସନ୍‌ରେ ପୀଡିତ ଅଛନ୍ତି। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣପାଡ଼ିଛି। ପରେ ଉକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଗ୍ରସ ଆହୁରି ମଧ୍ୟ କହିଛନ୍ତି, ଧନ୍ୟବାଦ, ଛୁଟିଦିନରେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ଏକ ଚମତ୍କାର ଘଟଣା।

Share