୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି ଯାଇଛନ୍ତି। କିନ୍ତୁ ଖୁବ୍‌ ଜୋର୍‌ରେ ତାଙ୍କୁ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜର୍ନାଲ ସ୍କୋୟାର ନିକଟରେ ଜଣେ ୩୧ ବର୍ଷୀୟ ଯୁବକ ୯ମହଲାରୁ ତଳକୁ ଡେଇଁଥିଲେ। ତଳେ ଥିବା କାର୍‌ ଉପରେ ପଡ଼ିବାରୁ କାର୍‌ଟି ଭାଙ୍ଗି ଚୁର୍‌ମାର ହୋଇଯାଇଛି। କିନ୍ତୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ପ୍ରତ୍ୟକ୍ଷଦର୍ଶୀ କୁହନ୍ତି, ଘଟଣାସ୍ଥଳରେ ଖୁବ୍‌ ଜୋର୍‌ରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ଜଣାପଡ଼ିଥିଲା କି କାର୍‌ ଉପରେ ଜଣେ ଯୁବକ ଖସି ପଡ଼ିଛନ୍ତି। ଫଳରେ କାର୍‌ଟି ଭାଙ୍ଗି ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକେ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ଯୁବକ ଜଣକ କାହିଁକି ଛାତରୁ ଡେଇଁଲେ ସେ ନେଇ ତଦନ୍ତ ଚଳାଇଛି।

Share