ଭୁବନେଶ୍ୱର,୨୮।୧୦: କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ଫୋନ୍ ରଖି ମହାନଦୀକୁ ଡେଇଁଲେ ଯୁବକ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିିଛନ୍ତି। ହେଲେ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଗୁରବାର ଅପରାହ୍ନରେ ଯୁବକ ଜଣକ ବ୍ରିଜ ଉପରେ ହେଲମେଟ୍, ସ୍କୁଟି ଓ ମୋବାଇଲ ରଖି ପାଣିକୁ ଡେଇଁପଡ଼ିଥିବା ସ୍ଥାନୀୟ ଲୋକେ ବାରଙ୍ଗ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋବାଇଲ , ଗାଡ଼ି ଜବତ କରିଛି। ଯୁବକଙ୍କ ଗାଡ଼ି ନମ୍ବର(ଓଡି-୦୭ପି-୧୨୮୬) ଅଟେ। ଅନ୍ୟ ପକ୍ଷରେ ମୋବାଇଲ ଫୋନ୍ରେ ଥିବା ଏକ ନମ୍ବରକୁ ଆଧାର କରି ପୋଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ ଆରମ୍ଭ କରିଛି । ତେବେ ଯୁବକଙ୍କ ଘର ଭୁବନେଶ୍ୱର ଅଞ୍ଚଳ ବୋଲି ଜଣାପଡ଼ିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଚ ହୋଇନାହିଁ।