କଣ୍ଟାବାଞ୍ଜି,୨୧।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେଶନ ନିକଟ ଟ୍ରେନ୍ ଲାଇନ୍ରୁ ଶୁକ୍ରବାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ଡାହାଣ ହାତ କଟି ଯାଇଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗ୍ରାମର ଇମ୍ରାନ ହୁସେନ। ଇମ୍ରାନ କଣ୍ଟାବାଞ୍ଜିର ୧୫ ନମ୍ବର ୱାର୍ଡ ଆଶ୍ରାମପଡ଼ା ଶଶୁର ଘରେ ରହୁଥିଲେ। ମିଳିଥିବା ସୂଚନା ମୁତାବକ, ଇମ୍ରାନ ରେଳଷ୍ଟେସନ ପାଖ ୧୬୯ ୧-୨ ଖୁଣ୍ଟ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ଏକ ମାଳବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଫଳରେ ତାଙ୍କର ଡାହାଣ ହାତ କଟିଯାଇଛି। ଆର୍ପିଏଫ୍ ପୋଲିସ ଗୁରୁତର ଅବସ୍ଥାରେ ଇମ୍ରାନକୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଛି।