ମାଧପୁର,୧୭ା୮(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ପ୍ରାଥମିକ ସୂଚନାରେ, ବ୍ୟକ୍ତିଙ୍କ ଘର ନିକଟସ୍ଥ କାଦପଡ଼ା ଗ୍ରାମର ତାଙ୍କ ନାମ ସୁଦାମ ଭୂୟାଁ(୪୦) ସେ ବିଭିନ୍ନ ବେସରକାରୀ ସଂସ୍ଥାରୁ କରଜ ଆଣିଥିଲେ ଏବଂ ଠିକ୍ ସେ ପରିଶୋଧ କରି ନ ପାରିବାରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଫଳସ୍ବରୂପ ଏ ଭଳି ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ପାଖରେ ତାଙ୍କର ସାଇକେଲଟି ଥିବା ଜଣାଯାଇଛି। ଘଟଣାସ୍ଥଳରେ କିଆକଟା ଆଇଆଇସି ଆଶିଷ କୁମାର ସ୍ବାଇଁଙ୍କ ନେତୃତ୍ୱରେ କିଆକଟା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା (କେସ୍ ନମ୍ବର ୦୩/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।