ଛେଳିକୁ ବିବାହ କଲେ ଯୁବକ

ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ ଛେଳିକୁ ବିବାହ କରିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏକ ରିପୋର୍ଟ ଅନୁଯାୟୀ, ମୀରପୁରଖାସର ଡିଗରୀରେ ଜଣେ ଯୁବକ ଏକ ଛେଳିକୁ ବିବାହ କରିଥିଲେ। ଏହି ଯୁବକଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ କହିଛିି, ଭିଲ ସମ୍ପଦ୍ରାୟର ଏହି ଯୁବକ ଜଣକ ହିନ୍ଦୁ ରୀତିନୀତିରେ ଛେଳିକୁ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ଗୋଡ଼ାଇ ତାଙ୍କୁ ଧରିବା ସହ ଗିରଫ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବ୍ରାଜିଲର ଜଣେ ବ୍ୟକ୍ତି ଛେଳିକୁ ମଧ୍ୟ ବିବାହ କରିଥିଲେ। ସେ କହିଥିଲେ, ଛେଳିକୁ ବିବାହ କରିବାର ତାଙ୍କର ଅନେକ କାରଣ ଥିଲା। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଏଥିରେ କିନ୍ତୁ ଛେଳି ସହ ଛେଳିର ବିବାହ ହୋଇଥିଲା।

Share