Categories: ଜାତୀୟ

ନିମନ୍ତ୍ରଣ କାର୍ଡ ଉପରେ ଲାଲୁଙ୍କ ଫଟୋ ରଖିଲେ ଏହି ଯୁବକ, ଲେଖିଲେ ଏମିତି କିଛି…

ଲାଲୁ ପ୍ରସାଦ ଯାଦବ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀରେ ଲାଲୁଙ୍କ ସହ ସମାନ। ଅର୍ଥାତ୍‌ ଲାଲୁଙ୍କ ପାଇଁ ବି କିଛି ଲୋକ ପାଗଳପ୍ରାୟ। ବିହାରର ହାଜିପୁର ସଦ୍ୟତମ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ଲାଲୁଙ୍କୁ ଏତେ ଭଲ ପାଆନ୍ତି ଯେ, ନିଜ ବିବାହ କାର୍ଡରେ ଲାଲୁଙ୍କ ଫଟୋ ରଖିବା ସହ ଏକ ଚିଠି ଲେଖିଛନ୍ତି। ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଯୁବକ ଜଣକ ଏହି କାର୍ଡରେ ଆରଜେଡିର କେତେକ ବଡ଼ ନେତା, ଲାଲୁଙ୍କ ପୁଅ ଜେଜସ୍ବୀ ଯାଦବ ଏବଂ ସ୍ତ୍ରୀ ରାବ୍ରି ଦେବୀଙ୍କୁ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କାର୍ଡରେ ଅନୁରୋଧ କରିଛନ୍ତି।

ହାଜିପୁରର ରହୁଆ ଗାଁର ପଓ୍ବନ କୁମାର ଯାଦବଙ୍କ ବିବାହ ୨୩ ଏପ୍ରିଲରେ ହେବ। ପଓ୍ବନ ନିଜର ବିବାହ କାର୍ଡ ଉପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଫଟୋ ଏବଂ ଲାଲୁ ଶୀଘ୍ର ରୋଗମୁକ୍ତ ହୁଅନ୍ତୁ ବୋଲି ଲେଖାଯାଇଛି।

Share