Categories: ଫୁରସତ

ମାତ୍ର ୨୭ ସେକେଣ୍ଡରେ ୮ ମହଲାରୁ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପହଞ୍ଚିଲେ ଯୁବକ, ଭିଡିଓ ଦେଖିଲେ…

ଯଦି କାହାକୁ ବହୁ ମହଲା କୋଠାର ଅଷ୍ଟମ ମହଲାରୁ ୨୭ ସେକେଣ୍ଡରେ ତଳ ମହଲାକୁ ଓହ୍ଲାଇବାକୁ କୁହାଯାଏ, ତେବେ ତାଙ୍କର ଅବସ୍ଥା କ’ଣ ହେବ ଥରେ ଭାବିଲେ ଦେଖି! ଏତେ କମ୍‌ ସମୟ ମଧ୍ୟରେ ଏପରି କରିବାକୁ ବୋଧେ କେହି ସମର୍ଥ ହେବେ ନାହିଁ। କିନ୍ତୁ ଜଣେ ଯୁବକ ଏପରି ସଫଳତା ହାସଲ କରିଛନ୍ତି। ତାଙ୍କର ବିପଜ୍ଜନକ ଷ୍ଟଣ୍ଟ ଦେଖିଲେ ଚକିତ ହୋଇଯିବେ। ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେହି ଯୁବକ ବହୁତ ସହଜରେ ଏହି ସଫଳତା ହାସଲ କରିନେଇଛନ୍ତି।

ଭିଡିଓଟି ସୋସିଆଲ ମିଡିଆ ‘ଏକ୍ସ’ରେ ଶେୟାର ହେବା ମାତ୍ରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହାକୁ ୨.୯ ମିଲୟନ ଲୋକ ଦେଖିଛନ୍ତି। ଏଥିସହିତ ଏହି ପୋଷ୍ଟକୁ ୨୮ ହଜାରରୁ ଅଧିକ ଲାଇକ୍‌ ମଧ୍ୟ କରିଛନ୍ତି। ଏହା ଉପରେ ଶହ ଶହ ଲୋକ ମନ୍ତବ୍ୟ ଜରିଆରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି। ଭିଡିଓରେ ରିପୋଷ୍ଟ ଏବଂ ମନ୍ତବ୍ୟର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ସେହି ଯୁବକ ଜଣଙ୍କ ଅଷ୍ଟମ ମହଲାରୁ ତଳ ମହଲାରେ ପହଞ୍ଚିବାର କୌଶଳ ଦେଖିବା ପରେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓ ଆରମ୍ଭରେ ଯୁବକ ଜଣକ ବହୁ ମହଲା କୋଠାର ଅଷ୍ଟମ ମହଲାରେ ଠିଆ ହୋଇଥିବା ନଜର ଆସିଛନ୍ତି। ତା’ପରେ ସେ ପ୍ରତ୍ୟେକ ଫ୍ଲୋର୍‌ର ସ୍ଲାବ୍‌କୁ ନିଜ ହାତରେ ଧରି ତଳ ମହଲାରେ ପହଞ୍ଚୁଛନ୍ତି। ଏହା କରୁଥିବା ଯୁବକ ଆପଣଙ୍କୁ ସ୍ତବ୍ଧ କରିଦେବେ।

ଜଣେ ୟୁଜର ଲେଖିଛନ୍ତି, ‘ଏହା ବିପଦପୂର୍ଣ୍ଣ ଏବଂ ଏକ ଭୁଲ୍‌ ପଦକ୍ଷେପ।’ ଅନ୍ୟ ଜଣେ ୟୁଜର ଷ୍ଟଣ୍ଟକୁ ପାଗଳ ବୋଲି କହିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ବହୁବର୍ଷ ଧରି ଏପରି କରିଆସୁଛି।’ ଅନ୍ୟ ଜଣେ କହିଛନ୍ତି, ‘ଏହା କର ନାହିଁ, ଏହା ଏକ ଭୟଙ୍କର ପଦକ୍ଷେପ। ଆଉ ଜଣେ ୟୁଜର ତାଙ୍କ ପ୍ରତିଭାକୁ ପ୍ରଶଂସା କରିଛନ୍ତି।

 

 

 

 

 

 

 

 

Share