ଶାହରୁଖଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଯୁବକ

୨୦୦୭ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ନିଜେ କହିଥିଲେ, ‘ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତୁମକୁ ଏକାଠି କରିବା ପାଇଁ କେହି ରୋଗିପାରିବେ ନାହିଁ’। ଶାହରୁଖ ଫିଲ୍ମରେ ଏକଥା କହିଥିଲେ। କିନ୍ତୁ ତାଙ୍କ ପ୍ରଶଂସକମାନେ ଶାହାରୁଖଙ୍କ ସଂଳାପକୁ ଗମ୍ଭୀରତାର ସହ ନେଇ ଶାହରୁଖଙ୍କ ସହ ଫିଲ୍ମରେ କାମ କରିବାର ଆଶା ନେଇ ମୁମ୍ବାଇରେ ପହଞ୍ଚିନ୍ତି। ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନଙ୍କ ମୁମ୍ବାଇସ୍ଥିତ ବାସଭବନ ମନ୍ନତ ଆଗରେ ଜଣେ ବ୍ୟକ୍ତି ଧାରଣାରେ ବସିଛନ୍ତି। ବେଙ୍ଗାଲୁରୁରୁ ଆସିଥିବା ଏହି ବ୍ୟକ୍ତି ଜଣଙ୍କ ଶାହରୁଖ ଖାନଙ୍କ ଘର ବାହାରେ ବସି ତାଙ୍କ ପ୍ରିୟ ଷ୍ଟାରଙ୍କ ସହ ଏକ ଫିଲ୍ମ କରିବାକୁ ପଡିବ ବୋଲି ଦାବି କରିଛନ୍ତି। ସେ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ଶାହରୁଖ ଖାନ କାମ କରୁଥିବା ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି। ଜୟନ୍ତ ନାମକ ଏହି ବ୍ୟକ୍ତି ତାଙ୍କ ଚଳଚ୍ଚିତ୍ରର ଏକ ପୋଷ୍ଟର ତିଆରି କରି ମନ୍ନତ ଆଗରେ ଧାରଣାରେ ବସିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟର ବିଷୟରେ ସୂଚନା ଦେଇଛନ୍ତି ଯେ, ସେ ଶାହାରୁଖଙ୍କ ଏକ ସାକ୍ଷାତକାର ଦେଖିବା ପରେ ରାତିସାରା ଏହି ପୋଷ୍ଟର ପ୍ରସ୍ତୁତ କରିଛନ୍ତି। ସେହି ପୋଷ୍ଟର ତିଆରି କରିବାବେଳେ ଜୟନ୍ତ ନିଜକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ନିଶ୍ଚିତ ଭାବରେ ଶାହରୁଖଙ୍କ ସହ ଏକ ଫିଲ୍ମରେ କାମ କରିବେ। ଜୟନ୍ତ ଏହି ଫିଲ୍ମର ନାମ ‘ପ୍ରୋଜେକ୍ଟ ଏକ୍ସ’ ରଖିଛନ୍ତି। ୩୧ ଡିସେମ୍ବର ୨୦୨୦ ଅପରାହ୍ନରୁ ଜୟନ୍ତ ଶାହାରୁଖଙ୍କ ଘର ସାମ୍ନାରେ ଉପସ୍ଥିତ ଥିଲେ। ସେ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ଶାହାରୁଖଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସେ ଶାହାରୁଖଙ୍କ ପ୍ରଶଂସକଙ୍କୁ ତାଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ତେବେ ୨୦୧୮ରେ ଫିଲ୍ମ ’ଜିରୋ’ କରିବା ପରେ ଶାହରୁଖ କୌଣସି ଫିଲ୍ମ କରି ନ ଥିଲେ। ଏବେ ସେ ୟଶ ରାଜ ଫିଲ୍ମସ ବ୍ୟାନରରେ ଫିଲ୍ମ ‘ପଠାନ’ର ଶୁଟିଂ କରୁଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଶାହାରୁଖ ନିଜେ ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ବଡ ପରଦାରେ ଆସିବେ।

Share