କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବକ ନଦୀରେ ଗାଧୋଇବାକୁ ଯିବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସେ କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେ ହେଲେ ବ୍ଲକର ଜଙ୍ଗଲଘେରା ଶବରପଡ଼ାର ଦୀପୁ ଅହାଡ଼ି (୩୦)। ବୁଧବାର ଅପରାହ୍ନରେ ଦୀପୁ ଗାଧୋଇବାକୁ ଶବରପଡ଼ା ନଦୀକୁ ଯାଇଥିଲେ। ସେଠାରେ ସେ ଅଣ୍ଟାଏ ପାଣିରେ ପଶିଛନ୍ତି କି ନାହିଁ, ବୁଦାମୂଳେ ଛପି ରହିଥିବା କୁମ୍ଭୀର ତାଙ୍କ ବାମ ଗୋଡ଼ ଜଙ୍ଘକୁ କାମୁଡ଼ି ଧରି ୧୦ ହାତ ନଦୀ ଗଭୀରକୁ ଟାଣି ଟାଣି ନେଉଥିଲା। ଦୀପୁ କିଛି ଉପାୟ ନ ପାଇ କୁମ୍ଭୀର ସହ ଧସ୍ତାଧସ୍ତି ହେବାବେଳେ ତାଙ୍କ ଚିତ୍କାର ଶୁଣି ପାଖରେ ଥିବା କେତେଜଣ ଲୋକ ପହଞ୍ଚତ୍ ପାଟି କରିବାରୁ କୁମ୍ଭୀର ଛାଡ଼ି ପଳାଇଥିଲା। ସ୍ଥାନୀୟ ଲୋକେ ଦୀପୁଙ୍କୁ ଉଦ୍ଧାର କରି ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୁମ୍ଭୀର ଆକ୍ରମଣର ଶିକାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ରଦ୍ଦହେବ ଅନେକ ପୁରୁଣା ଆଇନ, ନୂଆ ମଧ୍ୟରେ ରହିଛି…

ଭୁବନେଶ୍ୱର,୮ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ...

ମହିଳାଙ୍କ ପେଟରୁ ବାହାରିଲା ୧୫ କେଜି ଟ୍ୟୁମର

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଏକ ବିରଳ ଅସ୍ତ୍ରୋପଚାର ସଫଳ...

ସମସ୍ୟା ଘେରରେ ସଦର ମହକୁମା: ନା ଅଛି ବସ ଷ୍ଟାଣ୍ଡ ନା ଶୌଚାଳୟ ; ମହିଳା ଯାତ୍ରୀ ହନ୍ତସନ୍ତ

ଥୁଆମୂଳ ରାମପୁର,୭।୧୧(ଦୁର୍ଗା କୀର୍ତ୍ତି): ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ସବୁଠାରୁ ପଛରେ ରହିଥିବା କଳାହାଣ୍ଡି ଜିଲାର ଆଦିବାସୀ ଅଧ୍ୟ୍ୟୁଷିତ ଥୁଆମୂଳ ରାମପୁର...

ଜଙ୍ଗଲ ସୁରକ୍ଷା ପାଇଁ ରାଜରାସ୍ତାରେ ବସିଲେ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜୀବନ ଯାଉ ପଛେ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା...

ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା…

ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ।...

ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା

ଉମରକୋଟ,୭।୧୧(ସନ୍ତୋଷ ଶତପଥୀ): ସାଇବର ଠକେଇର ଶିକାର ହୋଇଛନ୍ତି ଉମରକୋଟର ୫ନମ୍ବର ୱାର୍ଡସ୍ଥିତ ଏକ ଚାଉଳ ମିଲ୍‌ ମାଲିକ ପି. ଚନ୍ଦ୍ରଶେଖର (୩୬)। ଚନ୍ଦ୍ରଶେଖର ଏ ନେଇ...

ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ

ଭୁବନେଶ୍ୱର,୭।୧୧: ଇଡିକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି।...

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri