ଲୋକମାନେ ସାଧାରଣତଃ ଗୁଗ୍ଲ ମ୍ୟାପ୍ ବ୍ୟବହାର କରନ୍ତି। ନିଶ୍ଚିତ ଭାବରେ ଗୁଗ୍ଲ ମ୍ୟାପ ଅନେକ ଲୋକଙ୍କ ରାସ୍ତା ସହଜ କରିଥାଏ। କିନ୍ତୁ ବେଳେବେଳେ ଏହି ଗୁଗ୍ଲ ମ୍ୟାପ୍ ଯୋଗୁ ଅନେକ ବିସ୍ମୟକର ଘଟଣା ଘଟିଥାଏ। ବାସ୍ତବରେ, ଘାନାର ଜଣେ ବ୍ୟକ୍ତି ଗୁଗ୍ଲ ମ୍ୟାପ ଦେଖି ଏକ ଗଛ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ସେ ସୋସିଆଲ ମିଡିଆରେ ଲୋକଙ୍କ ସହ ଶେୟାର କରିଛନ୍ତି ।
ସୋସିଆଲ ମିଡିଆରେ ଏହି ଅନନ୍ୟ ଘଟଣା ଶେୟାର କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଆଲଫ୍ରେଡ୍। ସେ କହିଛନ୍ତି, ଏହି ଗୁଗ୍ଲ ମ୍ୟାପ ଉପରେ ନିର୍ଭର କରିବା ସେ ବନ୍ଦ କରିଦେବେ। କାରଣ ରାସ୍ତା ପାଇବା ପାଇଁ ସେ ଗୁଗ୍ଲ ମ୍ୟାପ ବ୍ୟବହାର କରିଥିଲେ। ମ୍ୟାପର ସୂଚନାନୁଯାୟୀ,ସେ ଗାଡ଼ି ଚଳାଉଥିଲେ। ଶେଷରେ ମ୍ୟାପ୍ ସୂଚାଉଥିବା ରାସ୍ତା ନୁହେଁ, ଜଙ୍ଗଲ ଥିଲ। ଫଳରେ ସେ କାର୍ଟିକୁ ଗଛ ଉପରେ ଚଢ଼ାଇଦେଇଥିଲେ। ସୋସିଆଲ ମିଡିଆରେ ପୂରା ଘଟଣାବଳୀ ଶେୟାର କରିବା ପରେ ୟୁଜରମାନେ ଏହି ଘଟଣାକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଗୁଗ୍ଲ ମ୍ୟାପ ବ୍ୟବହାର କରି ଏମିତି ଭୁଲ୍ କରିବି ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୋ’ର ଏହି ମ୍ୟାପ୍ ଉପରେ ଭରସା ନାହିଁ।