୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…

ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ ଜଣକ। ପୋଲିସ ଏବଂ ପ୍ରଶାସନ ତାଙ୍କୁ ଟାଓ୍ବାର ଉପରୁ ଓହ୍ଲାଇବା ପାଇଁ କହିଥିଲେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ସେ କହିଲେ ମୋ’ ସର୍ତ୍ତ ପୂରଣ ନ ହେବା ଯାଏ ମୁଁ ଟାଓ୍ବାର ଉପରୁ ଓହ୍ଲାଇବି ନାହିଁ।

ଏହି ଯୁବକଙ୍କ ନାଁ ସୁରେନ୍ଦ୍ର ପାଲ ସିଂହ। ସେ ଇଟିଟି ଟେଷ୍ଟରେ ପାସ କରିବା ପରେ ଶିକ୍ଷକରେ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଥିଲେ। ମାତ୍ର ଦୀର୍ଘଦିନ ଧରି ପଦବୀ ପୂରଣ ପାଇଁ କୌଣସି ନୋଟିସ ଆସିଲା ନାହିଁ। ବେରୋଜଗାର କାରଣ ଯୋଗୁ ଏଥିରେ ଭାଙ୍ଗି ପଡ଼ିଥିଲେ। ସେ ସରକାରଙ୍କ ଅବହେଳାକୁ ଦାୟୀ କରି ଏପରି ଭିନ୍ନ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁରେନ୍ଦ୍ର ଗୁରୁଦାସପୁରସ୍ଥିତ ଏକ ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ି ଯାଇଥିଲେ। ଏହି ଟାଓ୍ବାର ଉପରେ ସେ ୧୩୫ ଦିନ ରହିଥିଲେ। ଏହା ପରେ ସରକାର ୬୦୦୦ ନୂଆ ଶିକ୍ଷକ ଭର୍ତ୍ତି ପାଇଁ ଘୋଷଣା କରିଥିଲେ। ସୁରେନ୍ଦ୍ର ଏହା ଜାଣିବା ପରେ ଖୁସିରେ ନାଚି ଉଠିବା ସହ ଟାଓ୍ବାର ଉପରୁ ଓହ୍ଲାଇଥିଲେ।

ଅନ୍ୟପକ୍ଷରେ ଦୀର୍ଘଦିନ ଧରି ସେ ଖରା, ବର୍ଷାରେ ଟାଓ୍ବାରରେ ଉପରେ ରହି ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଛି। ସେ ଠିକ୍‌ରେ ପାଦ ଲଗାଇ ଠିଆ ହୋଇପାରୁନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନେଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସୁରେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Share