Categories: ଫୁରସତ

ପ୍ରଥମ ପ୍ରେମିକାଙ୍କଠାରୁ ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କଲେ ଯୁବକ

ଫ୍ଲୋରିଡା: ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ଦ୍ୱିତୀୟ ପ୍ରେମିକାଙ୍କୁ ଖୁସି କରିବାକୁ ଯାଇ ପ୍ରଥମ ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ଫ୍ଲୋରିଡ଼ାର ଜଣେ ଯୁବକ। ଯୁବକ ଜଣକ ପ୍ରଥମ ପ୍ରେମିକଠାରୁ ନିର୍ବନ୍ଧ ମୁଦି, ୱେଡିଂ ବ୍ୟାଣ୍ଡ ଚୋରି କରି ଅନ୍ୟ ଜଣେ ପ୍ରେମିକାଙ୍କୁ ପ୍ରପୋଜ କରିଥିବା ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ପ୍ରଥମ ପ୍ରେମିକା ଜାଣିବା ପରେ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ଦ୍ୱିତିୟ ପ୍ରେମିକାଙ୍କ ସହ ଉକ୍ତ ଯୁବକଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଦେଖିବା ପରେ ପ୍ରଥମ ପ୍ରେମିକାଙ୍କ ସନ୍ଦେହ ହୋଇଥିଲା। ପ୍ରେମିକ ସହ ଠିଆ ହୋଇଥିବା ଝିଅର ମୁଦି ଏବଂ ୱେଡିଂ ବ୍ୟାଣ୍ଡ ଦେଖି ସେ ଚକିତ ହୋଇ ପଡିଥିଲେ।

Share