ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ଚଢ଼ିଆପଦା ସାହିର ପପୁ ଓରଫ ପ୍ରଭଞ୍ଜନ ପ୍ରଧାନ। ସେ ଏକ ବାଇକ୍‌ରେ ଗ୍ରାମରୁ ଦିଗପହଣ୍ଡି ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ବାଇକ୍‌ ସହ କଚାଡ଼ି ହୋଇ ପଡ଼ିଯାଇଥିଲେ। ରାସ୍ତାରେ ଯା’ ଆସ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନାରେ କେସ୍‌ ନଂ.୪୦୨/୨୪ ଅନୁଯାୟୀ ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି। ଗୁରୁବାର ସକାଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

Share