ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ପାଖରେ ଟଙ୍କାର ଅଭାବ ହେତୁ ତାଙ୍କ ଇଚ୍ଛା ପୂରଣ ହୋଇପାରେ ନାହିଁ। ଏହି ଇଚ୍ଛାକୁ ପୂରଣ କରିବା ପାଇଁ କିଏ କେତେ କ’ଣ ତରିକା ଆପଣାଇଥାନ୍ତି।

ଫ୍ଲୋରିଡାରେ ରହୁଥିବା ଖେଣ୍ଟ୍‌ ଆମେଣ୍ଟ୍ୟୁ ନାମକ ଜଣେ ଯୁବକ ରୋଲ୍ସ ରଏସ୍‌ କାର୍‌କୁ ବହୁତ ପସନ୍ଦ କରନ୍ତି। ଏତେ ଦାମୀ କାର୍‌ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। ତେଣ ଖେଣ୍ଟ୍‌ ତାଙ୍କ ମୁହଁରେ କାର୍‌ର ଲୋଗୋ ଟାଟୁ କରିଛନ୍ତି।

ତାଙ୍କର ପିଲାଦିନ ଫିଲାଡେଲଫିଆରେ ଅତିବାହିତ ହୋଇଛି କିନ୍ତୁ ବର୍ତ୍ତମାନ ସେ ଫ୍ଲୋରିଡାରେ ରହୁଛନ୍ତି। ସେ କହିଛନ୍ତି, ତାଙ୍କ ମୁହଁର ଟାଟୁ ଚଳିତ ବର୍ଷ ଆରମ୍ଭରେ ଶେଷ ହୋଇଥିଲା। ଟାଟୁ କରିବା ପରେ ସେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହେଉଛି। ସେ କହିଛନ୍ତି, ଟାଟୁ ଦେଖିବା ପରେ କିଛି ଲୋକ ଭଲ କମେଣ୍ଟ ଦେଇଥିବା ବେଳେ ଆଉ କିଛି ଲୋକ ତାଙ୍କର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। କିନ୍ତୁ ଖେଣ୍ଟ୍‌ କହିଛନ୍ତି, ଯିଏ ଯାହା କହୁଛି କହୁ ମୋ ଇଚ୍ଛା ପୂରଣ ପାଇଁ ମୁଁ ଏମିତି ତରିକା ଆପଣାଇଛି।

Share