ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ ଅପମାନକୁ ବରଦାସ୍ତ କରିପାରନ୍ତି ନାହିଁ। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିଥାନ୍ତି।
ଆମେରିକାର ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି। ଉତ୍ତର କ୍ୟାରୋଲିନାର ଥଣ୍ଡର ରୋଡ୍ସ୍ଥିତ ଓ୍ବାଲମାର୍ଟ ଷ୍ଟୋରରେ ଜେଣ୍ଟ୍ରି ନାମକ ଜଣେ ୩୨ ବର୍ଷୀୟ ଯୁବକ କାମ କରୁଥିଲେ। କୌଣସି କାରଣରୁ ମାଲିକ ତାଙ୍କୁ ଚାକିିରିରୁ ବାହାର କରିଦେଲେ। ଏଥିରେ ସେ ରାଗି ଘରକୁ ଆସି କାର୍ ନେଇ ସିଧା ଷ୍ଟୋର୍ ଭିତରେ ପୂରାଇ ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି। ପୋଲିସ କହିଛି ଦୋକାନରେ ଅନ୍ୟ କୌଣସି କ୍ଷତି ଘଟିନାହିଁ। ମାତ୍ର ବହୁତ ସାମଗ୍ରୀ ନଷ୍ଟ ହୋଇଛି।