Categories: ଜାତୀୟ

ବିଧାୟକଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଦୌଡିଲେ ଯୁବକ:ଆଉ ତା’ପରେ

ନୂଆଦିଲ୍ଲୀ,୨୮।୧୧: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବା ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କ ମୋବାଇଲ୍‌ ଜଣେ ଯୁବକ ଛଡ଼ାଇ ନେବାକୁ ଚେଷ୍ଟା କରିଛନ୍ତି। ଅଭିଯୁକ୍ତ ଭାରତୀଙ୍କ ପକେଟରୁ ମୋବାଇଲ ଫୋନ ଚୋରି କରି ଦୌଡ଼ି ପଳାଇବାକୁ ଲାଗିଲେ। ଭାରତୀ ସମର୍ଥକମାନେ ଅଭିଯୁକ୍ତଙ୍କ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଏକ ବ୍ଲେଡ ବାହାର କରି ଜଣେ ସମର୍ଥକଙ୍କୁ ଆଘାତ ଦେଇଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ବିଧାୟକଙ୍କ ଅଭିଯୋଗ ଉପରେ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତ ହଜରତ ନିଜାମୁଦ୍ଦିନର ବାସିନ୍ଦା କରଣ ବୋଲି ଜଣାପଡିଛି। ସେ ଭୂମିହୀନ। ତାଙ୍କ ବିରୋଧରେ ତିନିଟି ଚୋରି ମାମଲା ରୁଜୁ ହୋଇସାରିଛି।

Share