ପଦ୍ମପୁର,୨୮ା୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମଝାଡ଼ି ଧାମରା ରାସ୍ତାର ପଟାପୋଲଠାରେ ନିର୍ମାଣାଧୀନ ପୋଲରେ ପିଟି ହୋଇ ଷାଠିଏବାଟି ଗ୍ରାମର ଯୁବକ ବିପିନ ବେହେରାଙ୍କ ମୃତ୍ୟୁ ଘଟିଛି। ସେ ବୁଲେଟ୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲେ। ରାସ୍ତା ନିର୍ମାଣ କରୁଥିବା ସଂସ୍ଥାକୁ ଦାୟୀ କରି ସ୍ଥାନୀୟ ଲୋକେ ରାସ୍ତାରୋକୋ କରିବା ସହ କମ୍ପାନୀର ଜିନିଷପତ୍ର ଜାଳି ଦେଇଛନ୍ତି। ରାସ୍ତାରୋକୋ ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି।