ସିଂହପୁର,୧୭ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜି ନିରାଶ ହୋଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।