Categories: ଫୁରସତ

ଫ୍ୟାନ୍‌ଠୁ ବି ତୀବ୍ର ଗତିରେ ହାତ ବୁଲାଇଲେ ଯୁବକ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

କିଛି ଲୋକ ଡ୍ୟାନ୍ସ କରିବାରେ ବହୁତ ପାରଙ୍ଗମ। ତାଙ୍କର ଡ୍ୟାନ୍ସ କେବଳ ଚିତ୍ତାକର୍ଷକ ନୁହେଁ ବରଂ ଏମିତି ଷ୍ଟେପ୍‌ କରନ୍ତି ଯାହା ଲୋକଙ୍କୁ ଚକିତ କରିଦିଏ। ଏହିଭଳି ଏକ ଡ୍ୟାନ୍ସ କରୁଥିବା ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଜଣେ ଫ୍ୟାନ୍‌ ପରି ସର୍କଲରେ ହାତ ବୁଲାଉଥିବାର ନଜର ଆସିଛନ୍ତି। ତାଙ୍କର ଗତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

 

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର @desimojito ନାମକ ଜଣେ ୟୁଜର ଏହି ଭିଡିଓ ଶେୟାର କରିଛନ୍ତି। ଯୁବକ ନିଜେ ବି ଏହି ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ବୁଧବାର ଶେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ ଶହ ଶହ ଲୋକ ବହୁତ ମଜାଳିଆ ମନ୍ତବ୍ୟ ଦେଇଛନ୍ତି।

ଏକ ପ୍ରସିଦ୍ଧ ଗୀତ ‘ସାତ୍‌ ସମୁଦର ପାର୍‌ ମୈ ତେରେ ପିଛେ ପିଛେ ଆ ଗୟି’ ଗୀତ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଛି। ଏହି ଗୀତରେ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଦିବ୍ୟା ଭାରତୀ ଚମତ୍କାର ଡ୍ୟାନ୍ସ କରିଥିଲେ। ବର୍ତ୍ତମାନ ଏହି ଯୁବକ ମଧ୍ୟ ସେମିତି କରିବାକୁ ଚେଷ୍ଟା କରିଛନ୍ତି। ମାତ୍ର ୨୧ ସେକେଣ୍ଡର ଏହି ଭାଇରାଲ ଭିଡିଓ ଲୋକଙ୍କ ମନୋରଞ୍ଜନ କରୁଛି।

ଜଣେ ୟୁଜର ଲେଖିଛନ୍ତି, ‘ଇଏ ଉଡ଼ିବାକୁ ଯାଉଥିଲେ, ୟାଙ୍କର ହାଡ଼ ନାହିଁ କି?’ ଅନ୍ୟ ଜଣେ ୟୁଜର ମୁଣ୍ଡ ବୁଲାଇବାର ଏକ ଇମୋଜି ପୋଷ୍ଟ କରିଛନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଇଏ ଜଣେ ଡ୍ରୋନ୍‌। ଅନ୍ୟ ଜଣେ କହିଛନ୍ତି, ସେ ଆଉ ଟିକିଏ ଶୀଘ୍ର ହାତ ବୁଲାଇଥାନ୍ତେ, ତେବେ ସେ ଆକାଶରେ ଉଡ଼ିଥାନ୍ତେ।’ ଯୁବକଙ୍କ ଗତି ଦେଖି ମୁଁ ଆଶ୍ଚର୍ଯ୍ୟ।

Share