ଶୌଚ ପାଇଁ ଯାଇ ଆଉ ଘରକୁ ଫେରିଲେନି ଯୁବକ

ସୁନ୍ଦରଗଡ଼,୨୧।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯାଉଥିବା ସମୟରେ ଜଙ୍ଗଲୀ ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମୁରଲୀ ଖଡିଆ (୪୨)।
ସୂଚନାଯୋଗ୍ୟ, ମୁରଲୀ ଘରଠୁ ପାଞ୍ଚ ଶହ ମିଟର ଦୂରକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣ କରିଥିଲା।