ଖୋର୍ଦ୍ଧା ଅଫିସ, ୨୬।୧: ଖୋର୍ଦ୍ଧା ଜିଲା ଜଟଣୀ ପାତ୍ରପଡା ନିକଟ ପଥର ଖଣିରୁ ଡେଲାଙ୍ଗ ପୋଲିସ ବୁଧବାର ସକାଳେ ଏକ ମୃତ ଦେହ ଜବତ କରିଛି। ମୃତଦେହ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ। ଡେଲାଙ୍ଗ ଥାନା ଅଧିକାରୀ ଅନିଲ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ କାଢି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଦେଖିଲେ ଏହା ଲାଗୁଛି ଯେ, ମାଙ୍କଡା ପଥର ଖଣି ବ୍ୟବସାୟକୁ କେନ୍ଦ୍ର କରି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହଁ।