ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ନନ୍ଦପୁର,୨୯।୩(ଡି.ଏନ୍‌.ଏ.):  କୋରାପୁଟ ଜିଲା ନନ୍ଦପୁର ଥାନା ଥୁବା ପଞ୍ଚାୟତ ପରଟା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟ ରେଳ ଧାରଣାରୁ ମିଳିଛି। ମୃତକ ହେଲେ ପରଟା ଗାଁର ଗିରିଧର ଗୋଲରୀ। ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବରପାଇ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର, ଥାନାଧିକରୀ କପିଳେଶ୍ୱର ବେହେରା, ଏସ୍‌ଆଇ ମାନସ କୁମାର ଭୋଇ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ଏଥିସହ କୋରାପୁଟରୁ ଡଗ୍‌ ସ୍କ୍ବାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ମୃତକଙ୍କ ମୁଣ୍ଡ, ବେକ, ପିଠିରେ ଗଭୀର କ୍ଷତ ରହିଛି। ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।

Share