ଡାକ୍ତରଖାନା ଛାତରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର,୧୪।୨(ବି.ପ୍ର.):ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଛାତରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ତଳକୁ ଡେଇଁବାକୁ ଧମକ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା। ଉକ୍ତ ଯୁବକଙ୍କ ନାମ ଶ୍ୟାମ ହରିଜନ। ସେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ।
ସୂଚନାନୁଯାୟୀ, ଶ୍ୟାମ ଡାକ୍ତରଖାନାକୁ ଆସି ପ୍ରଥମେ ବ୍ଲେଡ୍‌ରେ ନିଜ ଗଳା କାଟି ଦେଇଥିଲେ। ଏହାପରେ ସେଠାରେ ଥିବା ରୋଗୀ ସମ୍ପର୍କୀୟ ବିଶ୍ରାମ ଗୃହ ଛାତରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନବରଙ୍ଗପୁର ମେଡିକାଲ କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରାୟ ୧ଘଣ୍ଟା ପରେ ଉଦ୍ଧାର କରି ଡ୍ରେସିଂରୁମ୍‌କୁ ନେଇଥିଲେ। ତେବେ ଯୁବକ ଜଣକ ସେଠାକୁ କେମିତି ଆସିଲେ ଓ ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ଉକ୍ତ କୋଠା ଉପରେ କିପରି ଚଢ଼ିଲେ ତାହାର ତଦନ୍ତ କରିବାକୁ ବୁଦ୍ଧିଜୀବୀମାନେ କହିଛନ୍ତି।

Share