Categories: ଜାତୀୟ

ଗରବା ନୃତ୍ୟବେଳେ ଚାଲିଗଲା ଯୁବକଙ୍କ ଜୀବନ, ପୁଅର ମୃତ୍ୟୁଖବର ଶୁଣି ଆଖିବୁଜିଲେ ପିତା

ପୁଣେ,୩।୧୦: ମହାରାଷ୍ଟ୍ରର ପାଲଘର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗରବା ଖେଳୁଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁକୁ ସହି ନ ପାରି ବାପା ମଧ୍ୟ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଘଟଣା ପାଲଘର ଜିଲାର ଭିରାର ସହରର ଅଟେ।
ଭିରାର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର-ରବିବାର ମଧ୍ୟରାତ୍ରିରେ ଭିରାର ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଏକ ଗରବା ଇଭେଣ୍ଟରେ ନାଚୁଥିବା ବେଳେ ମନୀଷ ନରପାଜୀ ସୋନିଗ୍ରା(୩୫) ଖସିପଡିଥିଲେ। ତାଙ୍କୁ ପିତା ନାରାପଜୀ ସୋନିଗ୍ରା ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ ତାଙ୍କ ପିତା ମଧ୍ୟ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Share