ମର୍ନିଂ ଓ୍ବାକ୍‌ ଯାଇ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର,୧୪ା୧୨(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଞ୍ଚଳରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଆଜି ଭୋର୍‌ ସମୟରେ ହଳଦା ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରେ ମର୍ନିଂ ଓ୍ବାକ୍‌ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଯୁବକ ହଳଦା ଥାନା ଅନ୍ତର୍ଗତ ଚିରୁଗୋଡା ଗ୍ରାମର ଶିବ ବ୍ରାଦ୍ରା ( ୨୨) ବୋଲି ଜଣାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବଙ୍କ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଘଟଣାସ୍ଥଳରୁ ଦୁର୍ଘଟଣାଗସ୍ତ ଅଜଣା ଗାଡ଼ି ସହ ଚାଳକ ଫେରାର ହୋଇଯାଇଥିବା ପୋଲିସ ତଦନ୍ତରୁ ପ୍ରକାଶ। ପୋଲିସ ପକ୍ଷରୁ କେସ୍‌ ନଂ ୧୪୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସରଙ୍କ ନିକଟରୁ ସୂଚନା।

Share