ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୧୩।୩: ୧୬ ନଂ. ଜାତୀୟ ରାଜପଥର ହୋଟେଲ ଓରିଆନ ନିକଟରେ ସୋମବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅଧୀନ ଗଢ଼ିଆଳି ଗ୍ରାମର ଅଜୟ ସାହୁ (୩୦) ବୋଲି ଜଣାପଡ଼ିଛି। ସକାଳ ୮.୩୦ରେ ଚାଲି ଚାଲି ରାସ୍ତା ପାରି ହେଉଥିବାବେଳେ ବାଲେଶ୍ୱର ପଟୁ ଆସୁଥିବା ଏକ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଅଜୟଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଛି l ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ଥିବା ପୋଲିସ କହିଛି।