ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ

ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ବଡ଼ବିଲା ଗ୍ରାମର ଭାଗେଗୋବର୍ଦ୍ଧନ ତୁଙ୍ଗ(୩୫) ଏବଂ ଗୁରୁତର ଜଣକ ହେଉଛନ୍ତି ମୋହନପୁର ଗ୍ରାମର ଲସ ଟୁଡୁ l ତେବେ ଏହାର ପ୍ରତିବାଦରେ ଗ୍ରାମବାସୀ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାରୋକୋ କରିଛନ୍ତି l
ସୂଚନା ଅନୁଯାୟୀ, ରବିବାର ଭାଗେଗୋବର୍ଦ୍ଧନ ମୋହନପୁର ଠାରେ ଉକ୍ତ ଗ୍ରାମର ଗୋବିନ୍ଦ ସୋରେନଙ୍କ ସହିତ ରାସ୍ତା କଡରେ ଥିବା ଗୋରା ବିନ୍ଧାଣୀଙ୍କ ଘର ସମ୍ମୁଖରେ କଥାବାର୍ତ୍ତା ହେଉଥିବା ସମୟରେ ଏକ ଧଳା ରଙ୍ଗର କାର୍‌ ଦ୍ରୁତ ଗତିରେ ଆସି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ପଡିଥିଲେ ଏବଂ ଗୋବିନ୍ଦ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ରାସ୍ତାର ଅନ୍ୟ ପାର୍ଶକୁ ଡିଆଁ ମାରିଥିଲେ। ତେବେ ଉକ୍ତ କାର୍‌ଟି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ପରେ ୪୦ ଫୁଟ ଦୂରରେ ଥିବା ଉକ୍ତ ଗ୍ରାମର ଲସ ଟୁଡୁଙ୍କୁ ପୁଣି ଧକ୍କା ଦେବା ଫଳରେ ଲସ ଗୁରୁତର ହୋଇଛନ୍ତି l ଖବର ପାଇ ରାତି ୯ଟାରେ ଚିତ୍ରଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଗେଗୋବର୍ଦ୍ଧନଙ୍କୁ ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଲସଙ୍କୁ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇ ଯାଇଛି l ତେବେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର୍‌ ଫେରାର ହୋଇଯାଇଛି l
ତେବେ ସୋମବାର ଉତ୍ତ୍ୟକ୍ତ ଗ୍ରାମବାସୀ ସକାଳ ୬ଟାରୁ ମୋହନାପୁର ନିକଟ ମୁଖ୍ୟ ରାସ୍ତାରେ ବାଉଁଶ ବ୍ୟାରିକେଡ୍‌ ଦେଇ ରାସ୍ତା ବନ୍ଦ କରିଛନ୍ତି। ମୃତକ ଓ ଗୁରୁତରଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ପାଇଁ ଦାବି କରିଛନ୍ତି l ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଏବଂ ଦାନ୍ତିଆମୁଁହା ସମିତି ସଭ୍ୟ ତଥା ଭାଜପା ନେତା ସୁକୁଲ ମୁର୍ମୁ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri