ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ବର ଅଫିସ୍‌,୯।୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ। ଦୁହେଁ ସାଙ୍ଗ। ରାକେଶ ଟ୍ରେନ ଆଗକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ରତିକାନ୍ତ ତାଙ୍କୁ ବଞ୍ଚାଇବାକୁ ଯିବାବେଳେ ଟ୍ରେନରେ କଟି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆରୁଆବାଡ ଗ୍ରାମର ୩୫ ବର୍ଷୀୟ ଯୁବକ ରାକେଶ କୁମାର ପାଢୀ ଓ ବାରିପଦା ଗ୍ରାମର ୨୫ ବର୍ଷୀୟ ଯୁବକ ରତିକାନ୍ତ ସାହୁ ଏକ ବାଇକ ଯୋଗେ ଆସୁଥିଲେ। ଦାଣ୍ଡହରିପୁର ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡା ହୋଇଥିଲେ। ଏହି ସମୟରେ ହଠାତ ପଛରେ ବସିଥିବା ରାକେଶ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ପାଇଁ ଦୌଡିଥିଲେ। ତାଙ୍କୁ ବଞ୍ଚାଇବାକୁ ପଛେ ପଛେ ଯାଇଥିଲେ ରତିକାନ୍ତ। ଏହି ସମୟରେ ପୁରୀରୁ ହାୱଡା ଅଭିମୁଖେ ଯାଉଥିବା ପୁରୀ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା। ଟ୍ରେନ ଧକ୍କାରେ ଦୁଇ ଯୁବକ କଟିଯାଇ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିବାବେଳେ ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଞ୍ଚି ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳର ଶୋକର ଲହରୀ ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri