ଚୌଦ୍ୱାର,୨ା୭(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ କଜଳକଣାରେ ଚାଲିଥିବା ମୋରମ ଖାଦାନରେ ହାଇଓ୍ବା ଚକା ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଇଛନ୍ତି। ଅନ୍ୟପକ୍ଷରେ ମୃତକ ଯୁବକ ଜଣଙ୍କ ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ମୋରମ ଖଦାନରେ ଅନେକ ସମୟରେ ବହୁ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କର ଜୀବନ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।