ବାଣଫୁଟି ଯୁବକଙ୍କ ପାପୁଲି ଛିଡ଼ିଲା

ବାଲିପାଟଣା,୫।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲିପାଟଣାର ପ୍ରସିଦ୍ଧ ଦୋପଟି ମେଳଣର ଜମାଣ ବେଳେ ବାଣ ଫୁଟି ଜଣେ ଯୁବକଙ୍କ ହାତ ପାପୁଲି ଛିଡ଼ିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆହତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ମୁତାବକ, ମେଳଣ ଜମାଣ ବେଳେ ବାଲିପାଟଣା ଅଞ୍ଚଳର ଜଣେ ଯୁବକ ଏକ ବାଣକୁ ହାତରେ ଧରି ଫୁଟାଉଥିଲା। ଅସାବଧାନତାରୁ ହଠାତ୍‌ ବାଣଟି ଫୁଟିଯିବାରୁ ତାଙ୍କ ହାତ ପାପୁଲିଟି ଛିଡ଼ିଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।-ଜଳିଗଲା ଦୋକାନ, ୪ ଗୁରୁତର