ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ ବିରକ୍ତି ଭାବ ଆସେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମେଟ୍ରୋ ଟ୍ରେନ୍ରେ ଜଣେ ଯୁବତୀ ଝୁଲି କି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।
https://www.instagram.com/reel/CmkBIxWqKSA/?utm_source=ig_web_copy_link
ଭିଡିଓଟି ଅପର୍ଣ୍ଣା ଦେବୟାଲ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଜନସାଧାରଣ ଟ୍ରେନ୍ରେ ଯାତ୍ରା କରିବା ସମୟରେ ଲୋକମାନେ ତାଙ୍କ ଆଚରଣକୁ ଅଜବ ଏବଂ ଖରାପ ବୋଲି କହିଥିଲେ।
ଏହି ଭିଡିଓଟି ୨୫ ଡିସେମ୍ବରରେ ଅପର୍ଣ୍ଣା ଶେୟାର କରିଥିଲେ। ଏହି ଶର୍ଟ କ୍ଲିପ୍ରେ ଅର୍ଚ୍ଚନା ଟ୍ରେନ୍ର ରେଲିଂ ଧରି ଝୁଲୁଥିବା ଦେଖିବାକୁ ମିଳିବ। ମଝିରେ ମଝିରେ ସିଟ୍ରେ ବସି ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଏପରି ଅଜବ ଭିଡିଓକୁ ତାଙ୍କର ଜଣେ ସାଙ୍ଗ
ରେକର୍ଡିଂ କରିଛନ୍ତି।
ଭିଡିଓଟି ଶେୟାର ହେବା ପରେ ଏହାକୁ ୪ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଇନ୍ଷ୍ଟାଗ୍ରାମ ୟୁଜରମାନେ ଅପର୍ଣ୍ଣାଙ୍କ ଆଚରଣରେ ପ୍ରଭାବିତ ନ ହୋଇ ତାଙ୍କୁ ସମାଲୋଚନା କରିଥିଲେ।
ଜଣେ ୟୁଜର ଲେଖିଛନ୍ତି, ମେଟ୍ରୋ ପ୍ରଶାସନ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ସିଟ୍ ମାନସିକ ସ୍ତରରେ ନୁହେଁ, ଶାରୀରିକ ସ୍ତରରେ ଦିବ୍ୟାଙ୍ଗମାନଙ୍କ ପାଇଁ।