Categories: ଫୁରସତ

ଘାଗରା ପିନ୍ଧି ଏମିତି ଷ୍ଟଣ୍ଟ୍‌ କଲେ ଯୁବତୀ, ଥରେ ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ସେଥିରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଆଶ୍ଚର୍ଯ୍ୟଚକିତ। ଅନେକ ଲୋକ ଭିଡିଓ ଦେଖିବା ପରେ ବି ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ।

ନିକଟରେ ଜଣେ ଯୁବତୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଘାଗରା ପିନ୍ଧି ସାଇକେଲ ଚଲାଇବାର ଏକ ଭିଡିଓ ଶେୟାର କରିଛନ୍ତି। କିନ୍ତୁ ଏହି ଭିଡିଓରେ ଝିଅଟି କେବଳ ସାଇକେଲ ଚଲାଇ ନ ଥିଲେ। ବାସ୍ତବରେ ସେ ଏମିତି କିଛି କରିଥିଲେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଟ୍ରାକ୍‌ ପ୍ୟାଣ୍ଟରେ ସାଇକେଲ ଚଳାଉଥିବାର ଦେଖିଥିବେ। କିନ୍ତୁ ଏହି ଯୁବତୀ ଜଣକ ଘାଗରା ପିନ୍ଧି ସାଇକେଲ ଚଲାଇ ସ୍କିପିଂ ଖେଳିଛନ୍ତି। ଯାହା ସବୁଠୁ ଆଶ୍ଚର୍ଯ୍ୟଜନକ। ଏହି ସମୟରେ ଯୁବତୀଙ୍କ ହସ ଲୋକଙ୍କ ହୃଦୟ ଜିତିଛି।

iamsecretgirl023 ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କରାଯାଏ। ଏହି ଭିଡିଓଟି ମଧ୍ୟ ସ୍ବତନ୍ତ୍ର। ଯୁବତୀ ଜଣକ ଭୋପାଳର ଅଟନ୍ତି। ବୃତ୍ତି ଅନୁଯାୟୀ, ସେ ଜଣେ ନୃତ୍ୟ କଳାକାର। ଭିଡିଓରେ ଯୁବତୀ ଜଣକ ସାଇକେଲ ଚଲାଉ ଚଲାଉ ରାସ୍ତାରେ ଯିବାବେଳେ ଏକ ଦଉଡ଼ି ବାହାର କରି ସ୍କିପିଂ କରିବାକୁ ଲାଗିଲେ।

ଅନେକ ୟୁଜର ଯୁବତୀଙ୍କ ଏହି ଷ୍ଟଣ୍ଟକୁ ପ୍ରଶଂସା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କର ପ୍ରାୟ ୧୬ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ବ୍ୟତୀତ ଅନେକ ଲୋକ ଯୁବତୀଙ୍କର ଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ମଧ୍ୟ ସବ୍‌ସ୍କ୍ରାଇବ୍‌ କରିଛନ୍ତି। ଯୁବତୀ ଜଣକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କେତେବେଳେ ରାଜସ୍ଥାନୀ ପୋଷାକରେ ତ କେବେ ଜାପାନୀ ପୋଷାକରେ ଆଉ କେବେ ମରାଠୀ ପୋଷାକରେ ନଜର ଆସନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓ ମନଛୁଆଁ। ଲୋକମାନେ ସୋସିଆଲ ମିଡିଆରେ ଯୁବତୀଙ୍କ ପ୍ରତିଭାକୁ ପ୍ରଶଂସା କରୁଛନ୍ତି। ଅନେକ ୟୁଜର ଲେଖିଛନ୍ତି, ବୋଧହୁଏ ଏହି ସାଇକେଲ ଯୁବତୀଙ୍କ ବୋଲ ମାନେ। ଅନେକ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହି ନିଜର ଯତ୍ନ ନେବାକୁ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି।

Share