୫ ମାସ ଧରି ନିଖୋଜ ଥିଲେ ଯୁବତୀ, ଫ୍ରିଜ୍‌ରୁ ମିଳିଲା ମୃତଦେହ; ପୂରା ଘଟଣା ଜାଣିଲେ…

କାରାକସ୍‌,୧୪ା୮: ଭେନ୍‌ଜୁଏଲାର ଅରାଗୁଆ ରାଜ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୯ ବର୍ଷୀୟ ଯୁବତୀ ୫ ମାସ ଧରି ନିଖୋଜ ଥିଲେ। ତେବେ ୫ ମାସ ପରେ ତାଙ୍କ ମୃତଦେହ ଏକ ଫ୍ରିଜ୍‌ ମଧ୍ୟରୁ ମିଳିଛି।

ଯାଞ୍ଚକର୍ତ୍ତା ଏବେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ଅଧିକାରୀ କୁହନ୍ତି, ଯୁବତୀଙ୍କୁ ୫୦ ଥର ଛୁରିରେ ଭୁଷାଯାଇଛି। ଏହି ଯୁବତୀଙ୍କ ନାଁ ଏନା ଗୌବ୍ରିଏଲା। ଅନ୍ୟପକ୍ଷରେ ଯୁବତୀ ଜଣକ କମ୍‌ ବୟସରୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ଛୋଟ ଶିଶୁପୁତ୍ର ମଧ୍ୟ ଅଛନ୍ତି। ତେବେ ତାଙ୍କ ପ୍ରେମିକ ତଥା ସ୍ବାମୀ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି। କାରଣ ଏନା ନିଖୋଜ ହେବା ପରଠାରୁ ତାଙ୍କ ସ୍ବାମୀ ଘରେ ନାହାନ୍ତି। କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଏନେଇ ପଡ଼ୋଶୀ ପୋଲିସକୁ ଖବର ଦେବାରୁ ପୋଲିସ ତାଙ୍କ ଘରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଥିଲା। ଫ୍ରିଜ୍‌ ମଧ୍ୟରୁ ଏନାଙ୍କ ମୃତଦେହ ମିଳିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ବିଭିନ୍ନ ଆଡ଼େ ଖୋଜୁଛି।

Share