୩ ଦିନ ହେବ ଘରୁ ପଳାଇ ଆସିଥିଲେ ଯୁବତୀ, ପ୍ରେମିକଙ୍କ ଭଡାଘରୁ ମିଳିଲା ମୃତଦେହ

ଭୁବନେଶ୍ୱର,୭।୧୧(ସୂର୍ଯ୍ୟକାନ୍ତ ବେହେରା ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କ୍ଷେତ୍ରପାଳୀନଗର ଅଞ୍ଚଳର ଏକ ଭଡା ଘରୁ ଜଣେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ମୃତା ଯୁବତୀ ହେଲେ ଖୋର୍ଦ୍ଧା ଅଞ୍ଚଳର ଅଞ୍ଜଳି ବେହେରା (୨୭) । ତେବେ ଯୁବତୀ ଆତ୍ମହତ୍ୟା ନା ତାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଅପରପକ୍ଷେ ଅଞ୍ଜଳିଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ମାମଲା (ନଂ ୨୭୩/୨୩) ରୁଜୁ କରି ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାନୁସାରେ ମୃତା ଅଞ୍ଜଳି ତିନ ଦିନ ତଳେ ଘରୁ ପଳାଇ ଆସି ଯୁବକଙ୍କ ସହ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିଲେ । ହେଲେ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଘର ଭିତରୁ କେହି ନବାହାରିବାରୁ ଜଣେ ପଡୋଶୀ ଡାକିବାକୁ ଯିବା ପରେ ଅଞ୍ଜଳିଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ କିଛି ସ୍ଥାନୀୟ ଲୋକଙ୍କୁ ଘଟଣା ଜଣାଇବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

Share