ଘର ଚଳାଇବା ପାଇଁ ବଳାତ୍କାରର ଶିକାର ହେଉଛନ୍ତି ଯୁବତୀ

ମ୍ୟାନ୍‌ମାର,୧୩ା୧୨: ଦାରିଦ୍ର୍ୟ ଏବଂ ଭୋକିଲା ହେତୁ ରୋହିଙ୍ଗ୍ୟା ଯୁବତୀମାନେ ନିଜ ପରିବାର ଛାଡ଼ି ଅଳ୍ପ ବୟସରେ ବିବାହ କରିବା ସହ ଘର ଚଳାଇବା ପାଇଁ ଏମାନେ ବଳାତ୍କାରର ଶିକାର ହେଉଛନ୍ତି।

ରୋହିଙ୍ଗ୍ୟାଙ୍କ ବିରୋଧରେ ଅତ୍ୟାଚାର କିଛି ନୂଆ ନୁହେଁ। ଯେଉଁ ଦେଶକୁ ସେମାନେ ଶରଣାର୍ଥୀ ଭାବରେ ଆଶ୍ରୟ ନେବାକୁ ଯାଆନ୍ତି, ସେମାନଙ୍କୁ ସେଠାରେ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମସ୍ତ ରୋହିଙ୍ଗ୍ୟା ନିଜକୁ ମୁସଲମାନ ବୋଲି ଦାବି କରୁଥିବା ବେଳେ ନିଜକୁ ମ୍ୟାନ୍‌ମାର ମୁସଲମାନଙ୍କ ବଂଶ ବୋଲି କୁହନ୍ତି।

ଏଥି ସହିତ ମ୍ୟାନ୍‌ମାର ସେମାନଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି କହିଥାଏ। ଏହି ସମସ୍ତ ରୋହିଙ୍ଗ୍ୟା ଶରଣାର୍ଥୀ ମୂଳତଃ ମ୍ୟାନ୍‌ମାରରୁ ଆସିଛନ୍ତି। ଯେଉଁମାନେ ନିଜ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ଦାରିଦ୍ର୍ୟ ଏବଂ ଅନାହାର ଯୋଗୁ  ଛୋଟ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବର୍ତ୍ତମାନ ମାଲେସିଆରେ ବିକ୍ରି ହେଉଛନ୍ତି। ୧୩-୧୪ ବର୍ଷର ଝିଅମାନଙ୍କୁ ନିର୍ଯାତନା ଦିଆଯାଉଛି।

ସେମାନଙ୍କର ପରିଚୟ ଲୁଚାଇବାକୁ, ସମସ୍ତ ଯୁବତୀଙ୍କ ନାମ ବର୍ଣ୍ଣାନୁକ୍ରମିକ ଭାବରେ ରଖାଯାଇଛି। ଏଫ୍‌ ନାମକ ଜଣେ ୧୬ ବର୍ଷର ନାବାଳିକା କୁହନ୍ତି, ‘ଏହା ମୋ ପାଇଁ ଏକମାତ୍ର ବାଟ ଥିଲା, ୨୦୧୭ରେ ମ୍ୟାନ୍‌ମାର ସୈନିକମାନେ ତାଙ୍କ ଘର ପୋଡ଼ି ଦେଇ କାକିଙ୍କୁ ହତ୍ୟା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବିବାହ ପାଇଁ ପ୍ରସ୍ତୁତ ନ ଥିଲି, କିନ୍ତୁ ମୋର କୌଣସି ବିକଳ୍ପ ନ ଥିଲା।

Share