ବଳାତ୍କାରୀଙ୍କଠାରୁ ରକ୍ଷା ପାଇବା ପାଇଁ ୩୦ ଫୁଟ ଉଚ୍ଚରୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୧୫।୪: ଋଷିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ୩୦ ଫୁଟ ଉପରୁ ଡେଇଁ ପଡ଼ିଛନ୍ତି। ଏହି ଯୁବତୀଙ୍କ ବଞ୍ଚାଇବା ବହୁତ କଷ୍ଟକର ଥିଲା। ମାତ୍ର ତାଙ୍କର ଭାଗ୍ୟ ଜୋର୍‌ ଥିବାରୁ ତଳେ ଥିବା ପୋଲିସମାନେ ତାଙ୍କୁ ରକ୍ଷା କରିଥିଲେ। ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ଏହି ଘଟଣା ଅଲତାଇ ଅଞ୍ଚଳର ବର୍ନାଲ ସହରରେ ଘଟିଛି। ୧୮ ବର୍ଷୀୟା ଯୁବତୀଙ୍କ ସହ ଦୁଇ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ। ଏହି ଦୁଇଜଣଙ୍କ ବୟସ ୨୬ ଏବଂ ୩୭ ବର୍ଷ। ବଳାତ୍କାରୀ ଦ୍ୱୟଙ୍କଠାରୁ ରକ୍ଷା ପାଇବା ପାଇଁ ଯୁବତୀ ଜଣଙ୍କ ୩ ମହଲା ଉପରକୁ ଯାଇ ଡେଇଁ ପଡ଼ିଥିଲେ। ଠିକ୍‌ ଏହି ସମୟରେ ତଳେ କିଛି ପୋଲିସ କର୍ମଚାରୀ ଠିଆ ହୋଇଥିବାରୁ ଧରି ଯୁବତୀଙ୍କୁ ଧରି ନେଇଥିଲେ। ଫଳରେ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା।

Share