ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର,୨୪ା୭(ବ୍ୟୁରୋ): କୁଚିଣ୍ଡାରେ ରବିବାର ଜଣେ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୁଚିଣ୍ଡାର ସଇଡା ଭେଡେନ ନଦୀକୁ ଯୁବତୀ ଜଣଙ୍କ ଡେଇଁ ପଡ଼ିଛନ୍ତି। ପୁରୁଷ ବନ୍ଧୁଙ୍କ ସହିତ ଝଗଡ଼ା ପରେ ଯୁବତୀ ନଦୀକୁ ଡେଇଁ ପଡ଼ିଥିଲେ ।

ଗୁରୁତର ଅବସ୍ଥାରେ କୁଚିଣ୍ଡା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Share