Categories: ଫୁରସତ

ବାଘକୁ ଆଉଁଶୁଥିଲେ ଯୁବତୀ, ହଠାତ୍‌ ବଦଳିଗଲା ବାଘର ଆଚରଣ: ଆଉ ତା’ପରେ ଦେଖନ୍ତୁ ଭିଡିଓ

ଅନେକଥର ସୋସିଆଲ ମିଡିଆରେ ଭୟଙ୍କର ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ। ଏପରି ଭିଡିଓ ଦେଖିବା ପରେ ଲୋକମାନେ ଭୟଭୀତ ମଧ୍ୟ ହୁଅନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁହାଯାଏ ବାଘ ଦୁନିଆର ସବୁଠାରୁ ବିପଜ୍ଜନକ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ ଅନେକ ଦେଶରେ ଏହା ମଧ୍ୟ ଗୃହପାଳିତ ପ୍ରାଣୀ ଭାବରେ ବାସ କରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବତୀ ଏକ ବିରାଟ ବାଘ ସହିତ ସମୟ ବିତାଉଥିବାର ନଜରକୁ ଆସିଛନ୍ତି।
ଯୁବତୀ ଜଣକ ବାଘକୁ ଆଉଁଶୁ ଥିବାର ଦେଖାଯାଇଛି। ପରେ ହଠାତ୍‌ ବାଘର ଆଚରଣ ବଦଳିଯାଏ ଏବଂ ଏହା ଆକ୍ରମଣାତ୍ମକ ହୋଇଯାଏ। ଏହା ପରେ ସେ ମହିଳାଙ୍କ କହୁଣିକୁ ଏବଂ ତା’ପରେ ତାଙ୍କ ଗୋଡ଼କୁ ମଧ୍ୟ କାମୁଡି ଧରିଥାଏ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ପୋଷ୍ଟରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Share