ନିଜକୁ ଶାହାରୁଖଙ୍କ ପରି ଏମିତି ସଜାଇଲେ ଯୁବତୀ, କାରଣ ଜାଣିଲେ…

କିଛି ଲୋକଙ୍କ କୌଶଳ ଏତେ ଆଶ୍ଚର୍ଯ୍ୟଜନକ ଯେ ସମସ୍ତଙ୍କ ଧ୍ୟାନ ସେମାନଙ୍କ ଆଡ଼କୁ ଚାଲିଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଜଣେ ଯୁବତୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମେକଅପ୍‌ ସାହାଯ୍ୟରେ ନିଜକୁ ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଭଳି ଲୁକ୍‌ ଦେଇଛନ୍ତି। ଅନେକ ଲୋକ ଯୁବତୀଙ୍କ ଏପରି ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଏପରି ଭିନ୍ନ ଅନନ୍ୟ ଦକ୍ଷତା ଥିବା ଯୁବତୀଙ୍କ ନାମ ହେଉଛି ଦୀକ୍ଷିତା ଯେ କି, ବୃତ୍ତିରେ ଜଣେ ମେକଅପ୍‌ ଆର୍ଟିଷ୍ଟ। ଦୀକ୍ଷିତା ତାଙ୍କର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଦୀକ୍ଷିତା ପ୍ରଥମେ ଶାହାରୁଖଙ୍କ ଫଟୋ ଦେଖାଉଛନ୍ତି, ଯେଉଁଥିରେ ସେ ଟକ୍ସେଡୋ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଭିଡିଓର ପୃଷ୍ଠଭୂମିରେ ଶାହାରୁଖଙ୍କ ଫିଲ୍ମ ‘ରାବଣ’ର ସୁପରହିଟ୍‌ ଗୀତ ‘ଛମକ ଛଲୋ’ ବାଜୁଛି। ପରବର୍ତ୍ତୀ ସମୟରେ ଦୀକ୍ଷିତା ନିଜକୁ ଶାହାରୁଖଙ୍କ ପରି କରିବା ପାଇଁ ଏକ ମେକଅପ୍‌ ବ୍ରଶ ସହିତ ନିଜକୁ ରୂପାନ୍ତର କରୁଛନ୍ତି। ତାଙ୍କର ଏହି ଅନନ୍ୟ କୌଶଳ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏପର୍ଯ୍ୟନ୍ତ ଏହି ଭିଡିଓଟିକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହା ଉପରେ ଲୋକମାନେ ଅନେକ ପ୍ରତିକ୍ରିୟା ବି ଦେଉଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ସେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି। କରିପାରିବେ ନାହିଁ। ଆଉ ଜଣେ ୟୁଜର ଏହାକୁ ଶାହାରୁଖଙ୍କ ସହ ଟ୍ୟାଗ କରିଛନ୍ତି। କ୍ୟାପଶନ ଲେଖିଛନ୍ତି, ମୁଁ ଭାବୁଛି ଆପଣ ଏହି ଭିଡିଓ ଦେଖିବା ଉଚିତ୍‌। ଯୁବତୀ ଜଣଙ୍କ ଶାହାରୁଖଙ୍କ ପ୍ରଶଂସକ ହୋଇଥିବାରୁ ଏପରି କରିଛନ୍ତି।

Share